ତାଜା ଖବର »
ଫେବୃଆରୀ ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ହେବ ମତ୍ସ୍ୟ ଓ ପ୍ରାଣୀ ସମାବେଶ। ସାମିଲ ହେବେ ୧୦ ହଜାରରୁ ଅଧିକ ଚାଷୀ।       ଭୁବନେଶ୍ୱର: ନର୍ସିଂ ଅଧିକାରୀଙ୍କୁ ମିଳିବ ପଦୋନ୍ନତି।       ଭୁବନେଶ୍ୱର: ଟ୍ରାଫିକ ଯନ୍ତ୍ରଣାରେ ରାଜଧାନୀବାସୀ , ପୁଲିସ୍ ଜଳକା;ଜନତା ହିନସ୍ଥା।       ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ:NTA       ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ଇନ୍ଭେଷ୍ଟିଗେଟିଂ କିଟ୍।       ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଅଭାବନୀୟ ଘଟଣା:ପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା।       ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ।       ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ।       ଭୁବନେଶ୍ୱର:ରାଜଭବନ ଛକରେ ସିରଜି ଦୁର୍ଘଟଣା, ୨ଜଣ ଗୁରୁତର।       ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଆସନ୍ତୁ – ରାଜ୍ୟପାଳ।       ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯାଇପାରେ ରାସନ୍ କାର୍ଡ।       ୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆରମ୍ଭ ହେବ ଆବେଦନ।       ଏଣିକି ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ।       ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬%,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ       ଭୁବନେଶ୍ୱର:ବ୍ୟାପୁଛି ଥଣ୍ଡା,କାଶ ଓ ଜ୍ବର, ସତର୍କତା ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞ।      


ନାଗପୁରରେ ୨ ଶିଶୁ ଏଚ୍‌ଏମ୍‌ପିଭି ସଂକ୍ରମିତ



ଦେଶରେ ପୁଣି ୨ ଜଣ ଶିଶୁ ଏଚ୍ଏମ୍ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍)ରେ ଆକ୍ରାନ୍ତ ହୋଇଛନ୍ତି। ନାଗପୁରରେ ୨ ଜଣ ଶିଶୁ ଏଚଏମପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪। ଏଥିସହ ଦେଶରେ ମୋଟ୍ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ ୨, ତାମିଲନାଡ଼ୁର ଚେନ୍ନାଇରେ ୨ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ଏଚ୍ଏମ୍ପିଭି ପଜିଟିଭ୍ ଚିହ୍ନଟ ହୋଇଥିଲେ।ସୂଚନାନୂଯାୟୀ ଜାନୁଆରି ୩ ତାରିଖରେ ନାଗପୁରର ୨ ଶିଶୁଙ୍କୁ ଜ୍ବର ଏବଂ କାଶ ହେବାପରେ ସେମାନଙ୍କୁ ସହରର ରାମଦାସପେଠ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍ ନିଆଯାଇଥିଲା। ଟେଷ୍ଟ୍ ହେବାପରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ୨ ଜଣ ଶିଶୁ ଏଚ୍ଏମ୍ପିଭିରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଭଳି ସମାନ ଲକ୍ଷଣ ଥିବା ଏହି ଭୁତାଣୁ ଯୋଗୁଁ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଛି। ଜ୍ବର , ଥଣ୍ଡା, ନାକରୁ ପାଣି ଗଡ଼ିବା ଏବଂ ଗଳା ସଂକ୍ରମଣ ଭଳି ସମସ୍ୟା ଦେଖାଦେଉଛି। ନାଗପୁରରେ ୨ଟି ମାମଲା ଚିହ୍ନଟ ହେବାପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସମ୍ଭାବ୍ୟ ମାମଲା ବଢ଼ିବା ନେଇ ସତର୍କ ନଜର ରଖିଛନ୍ତି। କାଶ, ଜ୍ବର ଏବଂ ଗୁରୁତର ସ୍ବାସକ୍ରିୟାଜନିତ ସମସ୍ୟାରେ ପୀଡ଼ିତ ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାପାଇଁ ସ୍ବାସ୍ଥ୍ୟ ବିଭାଗ କହିଛି। ତେବେ ଲୋକମାନେ ଆତଙ୍କିତ ନହେବାପାଇଁ ଅନୁରୋଧ କରାଯାଇଛି। ଭାଇରସ୍ ବିରୋଧରେ ଲଢ଼ିବାପାଇଁ ପଦକ୍ଷେପ ଏବଂ ନିରାକରଣ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳି ଜାରି ହେବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରକାଶ ଅବିତକର ଅଲାଜି ସେଣ୍ଟ୍ ଜର୍ଜ୍ସ ହସ୍ପିଟାଲ୍ ହେଲ୍ଥ ସେଣ୍ଟରରେ ଏକ ବୈଠକ ରଖିଥିଲେ। ଅନ୍ୟପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ଦେଶରେ ବର୍ତ୍ତମାନର ସ୍ଥିତି ଯାଞ୍ଚ କରିଛନ୍ତି। ଦେଶରେ ଶ୍ବାସକ୍ରିୟା ଜନିତ ଅସୁସ୍ଥତା ବଢ଼ିନାହିଁ ବୋଲି ସେ କହିଛନ୍ତି।

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି