ତାଜା ଖବର »
ଫେବୃଆରୀ ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ହେବ ମତ୍ସ୍ୟ ଓ ପ୍ରାଣୀ ସମାବେଶ। ସାମିଲ ହେବେ ୧୦ ହଜାରରୁ ଅଧିକ ଚାଷୀ।       ଭୁବନେଶ୍ୱର: ନର୍ସିଂ ଅଧିକାରୀଙ୍କୁ ମିଳିବ ପଦୋନ୍ନତି।       ଭୁବନେଶ୍ୱର: ଟ୍ରାଫିକ ଯନ୍ତ୍ରଣାରେ ରାଜଧାନୀବାସୀ , ପୁଲିସ୍ ଜଳକା;ଜନତା ହିନସ୍ଥା।       ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ:NTA       ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ଇନ୍ଭେଷ୍ଟିଗେଟିଂ କିଟ୍।       ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଅଭାବନୀୟ ଘଟଣା:ପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା।       ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ।       ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ।       ଭୁବନେଶ୍ୱର:ରାଜଭବନ ଛକରେ ସିରଜି ଦୁର୍ଘଟଣା, ୨ଜଣ ଗୁରୁତର।       ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଆସନ୍ତୁ – ରାଜ୍ୟପାଳ।       ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯାଇପାରେ ରାସନ୍ କାର୍ଡ।       ୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆରମ୍ଭ ହେବ ଆବେଦନ।       ଏଣିକି ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ।       ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬%,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ       ଭୁବନେଶ୍ୱର:ବ୍ୟାପୁଛି ଥଣ୍ଡା,କାଶ ଓ ଜ୍ବର, ସତର୍କତା ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞ।      


ବିଶ୍ୱଶାନ୍ତି ମହାଯଜ୍ଞ




ଶାନ୍ତି, ପ୍ରେମ, ଭଲପାଇବା ଏବଂ ଆସ୍ଥା ଆଉ ଧର୍ମ କୁ ପାଥେୟ କରି ଗତ ୧୧/୦୪/୨୦୨୫ତାରିଖ ଠାରୁ ୧୪/୦୪/୨୦୨୫ ତାରିଖ ସୋମବାର ପର୍ଯ୍ୟନ୍ତ ଚାରିଦିନ ବ୍ୟାପି ସଙ୍କଟମୋଚନ ହନୁମାନ ଓ ମା ନାରାୟଣୀ ଙ୍କ ପୀଠରେ ଦ୍ଵାଦଶ ବାର୍ଷିକ ବିଶ୍ଵର ମଙ୍ଗଳ ପାଈଁ ବିଶ୍ଵଶାନ୍ତି ମହାଯଜ୍ଞ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସ୍ଥିତ ଗୋପାଳପୁର ଗ୍ରାମରେ ଯଥା ବିଧି ଅନୁଷ୍ଠିତ ହୋଇଯାଇଛି ।
କିନ୍ତୁ କିଛି ନିଆରା ବାସ୍ନା ମହକୁ ଥିଲା ଏହି ଚାରିଦିନର ଭବ୍ୟ 
କାର୍ଯ୍ୟକ୍ରମରେ ଗ୍ରାମର ୧୦୮ ମହିଳାଙ୍କ କଳସ ଯାତ୍ରା, ଯୁବପୀଢ଼ିଙ୍କର D J ର ତାଳେ ତାଳେ ଜୟ ଶ୍ରୀରାମ ଧ୍ଵନି ସାଙ୍ଗକୁ ବୁଜୂର୍ଗ, ମୂରବୀ ମାନଙ୍କ ଦ୍ଵାରା ନାମ ସଙ୍କୀର୍ତ୍ତନ ରେ ଫାଟି ପଡୁଥିଲା ସାରା ଅଞ୍ଚଳ ।
ଚାରିଦିନ ବ୍ୟାପୀ ଘୃତାହୁତି ଅନ୍ନଛତ୍ର , ପ୍ରବଚକ ଅରୁଣ ପଣ୍ଡାଙ୍କ ଦ୍ଵାରା ସୁନ୍ଦରା କାଣ୍ଡ ପାରାୟଣ ନାମ ଯଜ୍ଞ ପୁରା ଗ୍ରାମକୁ ଶାନ୍ତି ମୈତ୍ରୀର ବାର୍ତ୍ତା ଦେଇଥିଲା।
ପରେ ପରେ ଗୁରୁ ଶିଷ୍ୟ ଙ୍କ ଐତିହ୍ୟ ପରମ୍ପରାକୁ ମନେ ପକାଇଥିଲେ ଗ୍ରାମବାସୀବୃନ୍ଦ।
ଗୋପାଳପୁର ଗ୍ରାମର ଅନେକ ମଣିଷ ନିଜେ ହାତରେ ତିଆରି 
କରିଥିବା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସ୍ୱାଇଁ ଏବଂ 
ଅରକ୍ଷିତ ପ୍ରତିହାରୀଙ୍କ ପାଦ ପଦ୍ମରେ ପୁଷ୍ପ ଚନ୍ଦନ ରଖି ଗୁରୁ ପ୍ରେମର ଉଦାହରଣ ସାଜିଥିଲେ ସମସ୍ତ ଗ୍ରାମବାସୀବୃନ୍ଦ। 
ଏତିକି ରେ ଖୁସିର ଲହରି ଥମି ନଥିଲା ପରଦିନ ସନ୍ଧ୍ୟାରେ ଓଡିଶା ର ସୁନାମଧନ୍ୟା କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଦ୍ଵାରା ସୁନ୍ଦର ଭଜନ 
ପରିବେଷଣ ଦେଖିବାକୁ ମିଳିଥିଲା,ପରଦିନ ମଧ୍ୟାହ୍ନ ରେ 
ମହାକାଳପଡାର ଯୁବ ବିଧାୟକ ଡ଼ଃ . ଦୁର୍ଗାପ୍ରସନ୍ନ ନାୟକଙ୍କ 
ଉପସ୍ଥିତି କାର୍ଯ୍ୟକ୍ରମ ଟିକୁ ଶୋଭାମଣ୍ଡିତ କରିଥିବା ବେଳେ ଗ୍ରାମର 
ସଭାପତି ଶ୍ରୀଯୁକ୍ତ ସଚିଦାନନ୍ଦ ପାଇକରାୟ ଙ୍କ ସୁଦୃଢ ମୁରବିତ୍ତ୍ୱ ଏବଂ ଗ୍ରାମର ଆଗଧାଡିର ମୂରବୀ ମାନଙ୍କ ଯଥା:- ପ୍ରଫେସର ରବୀନ୍ଦ୍ର ପାଇକରାୟ,ପ୍ରତାପ ରୁଦ୍ର ପାଇକରାୟ, ସୁବାସ ଚନ୍ଦ୍ର ରାଉତରାୟ, ଦୁଷ୍ମନ୍ତ ପାଇକରାୟ, ସୁଧାଂଶୁ ଦାସ, ପ୍ରଶାନ୍ତ ପାଇକରାୟ,ପଦ୍ମଚରଣ ପାଇକରାୟ, ତପନ ସ୍ୱାଇଁ ଙ୍କ ଭଳି ସୃଦୃଢ଼ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ଗ୍ରାମବାସୀ, ଯୁବ ପିଢିଙ୍କ ସହଯୋଗରେ ଉକ୍ତ ଭବ୍ୟ କାର୍ଯ୍ୟକ୍ରମଟି
ଉଦଯାପିତ ହୋଇଥିଲା। 
ଏହି ଭଳି ଉକ୍ତ ଭବ୍ୟ କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍।

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି