ତାଜା ଖବର »
ଫେବୃଆରୀ ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ହେବ ମତ୍ସ୍ୟ ଓ ପ୍ରାଣୀ ସମାବେଶ। ସାମିଲ ହେବେ ୧୦ ହଜାରରୁ ଅଧିକ ଚାଷୀ।       ଭୁବନେଶ୍ୱର: ନର୍ସିଂ ଅଧିକାରୀଙ୍କୁ ମିଳିବ ପଦୋନ୍ନତି।       ଭୁବନେଶ୍ୱର: ଟ୍ରାଫିକ ଯନ୍ତ୍ରଣାରେ ରାଜଧାନୀବାସୀ , ପୁଲିସ୍ ଜଳକା;ଜନତା ହିନସ୍ଥା।       ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ:NTA       ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ଇନ୍ଭେଷ୍ଟିଗେଟିଂ କିଟ୍।       ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଅଭାବନୀୟ ଘଟଣା:ପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା।       ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ।       ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ।       ଭୁବନେଶ୍ୱର:ରାଜଭବନ ଛକରେ ସିରଜି ଦୁର୍ଘଟଣା, ୨ଜଣ ଗୁରୁତର।       ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଆସନ୍ତୁ – ରାଜ୍ୟପାଳ।       ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯାଇପାରେ ରାସନ୍ କାର୍ଡ।       ୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆରମ୍ଭ ହେବ ଆବେଦନ।       ଏଣିକି ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ।       ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬%,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ       ଭୁବନେଶ୍ୱର:ବ୍ୟାପୁଛି ଥଣ୍ଡା,କାଶ ଓ ଜ୍ବର, ସତର୍କତା ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞ।      


ବାରବାଟି ଷ୍ଟାଡିୟମରେ ଖେଳାଯିବ ସେଲିବ୍ରିଟି କ୍ରିକେଟ୍ ଲିଗ୍ -୨୦୨୫, ୧୧ ତାରିଖରୁ ଉପଲବ୍ଧ ହେବ ଟିକଟ



ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ୨୦୨୫ ଓଡ଼ିଶା ମାଟିକୁ ଆସିଛି। ଏହି କାର୍ଯ୍ୟକ୍ରମଟି ୨୦୨୫ ଫେବ୍ରୁଆରି ୧୬ରେ କଟକର ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଚଳିତ ୨୦୨୫ ସିଜନ ପାଇଁ ବେଙ୍ଗଲ ଟାଇଗର୍ସ ଦଳ ବାରବାଟି ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଛି।ୟୁଜେନିକ୍ସ ହେୟାର ସାଇନସେସ୍ର ଡ.ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଲିଉଡ୍ର କିଛି ବଡ଼ ତାରକାଙ୍କୁ ଏକାଠି କରି ଯେଉଁଥିରେ କ୍ରିକେଟ୍, ମନୋରଞ୍ଜନ ଏବଂ ଗ୍ଲାମରର ଏକ ରୋମାଂଚକର ମିଶ୍ରଣ ସୃଷ୍ଟି ହେବ। ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାନଭି କପୁର ଆଦି କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ରୋମାଂଚକର କ୍ରିକେଟ୍ ଖେଳରେ ବର୍ତମାନର ଚାମ୍ପିୟନ ବେଙ୍ଗଲ ଟାଇଗର୍ସ - ମୁମ୍ବାଇ ଦଳ ସହ ଖେଳିବ ଏବଂ ଏକ ପ୍ରଦର୍ଶନୀ ମ୍ୟାଚ୍ରେ ଓଡିଆ ସେଲିବ୍ରିଟି ଦଳ ଭାଗ ନେବ ଯାହା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ୱରେ ଗଠନ କରାଯାଇଛି। ସ୍ଥାନୀୟ ରଣଜୀ କ୍ରିକେଟର ଯେପରିକି ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ୟୁଜେନିକ୍ସ ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ଦ୍ୱାରା ଆୟୋଜିତ ହେଉଥିବା ବେଳେ ସିସିଏଲ୍ ଓଡିଶା କୋର୍ କମିଟି ଏହାର ସହ ଭାଗିଦାରୀରେ ରହିଛି। ମୁଖ୍ୟ ସଂଯୋଜକ ଅଜୟ ଅଗ୍ରୱାଲ ଓଡିଶାକୁ ସିସିଏଲ୍ ଆଣିବା ପାଇଁ ଯଥେଷ୍ଟ ପରିଶ୍ରମ କରିଛନ୍ତି। କମିଟିରେ ଡ. ସତ୍ୟବ୍ରତ ମିନକେତନ (ମୁଖ୍ୟ ଆବାହକ), ଗୋଲକ ମହାପାତ୍ର (ପରାମର୍ଶଦାତା), ବାସୁଦେବ ଭଟ୍ଟ (ଆବାହକ) ଏବଂ ଅନ୍ୟମାନେ ଅଛନ୍ତି। ଏହି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୧୬ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଅପରାହ୍ନ ୨ଟାରେ ଉଦଘାଟନ ହେବ ଯେଉଁଥିରେ ମାନ୍ୟବର କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଅନ୍ୟ ମାନ୍ୟଗଣ୍ୟ ଅ ତିଥିମାନେ ଉପସ୍ଥିତ ରହିବେ। ପୁରସ୍କାର ବିତରଣ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହିବେ।ବେଙ୍ଗଲ ଟାଇଗର୍ସର ମାଲିକ ବୋନି କପୁର ବାରବାଟି ଷ୍ଟାଡିୟମକୁ ୨୦୨୫ ସିଜନ୍ ପାଇଁ ଦଳର ଘରୋଇ ପଡ଼ିଆ ଭାବରେ ବାଛିଛନ୍ତି। ବେଙ୍ଗଲ ଟାଇଗର୍ସ ଦିନର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସହ ଖେଳିବ, ଯାହା ପ୍ରଥମ ମ୍ୟାଚ୍ ପଞ୍ଜାବ ବନାମ ଭୋଜପୁରୀ ମ୍ୟାଚ୍ ପରେ ଅପରାହ୍ନ ୨ଟାରେ ଆୟୋଜିତ ହେବ। ସିସିଏଲ୍ ୨୦୨୫ର ଟିକେଟ୍ ଅନଲାଇନ୍ ଉପଲବ୍ଧ କରାଯାଉଛି ଏବଂ ଟିକେଟ୍ କାଉଂଟର୍ ୨୦୨୫ ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଖୋଲା ରହିଛି। ଏହା ବ୍ୟତୀତ, ବିମାନବନ୍ଦର, ରେଳଷ୍ଟେସନ୍, ବସ୍ ଷ୍ଟାଣ୍ଡ ଏବଂ ହୋଟେଲ୍ ଆଦି ମୁଖ୍ୟ ସ୍ଥାନଗୁଡିକରେ ଅତିରିକ୍ତ ଟିକେଟ୍ ଆଉଟଲେଟ୍ ଖୋଲା ହେବ, ଯାହା ପ୍ରଶଂସକମାନଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ।

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି