ତାଜା ଖବର »
ଫେବୃଆରୀ ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ହେବ ମତ୍ସ୍ୟ ଓ ପ୍ରାଣୀ ସମାବେଶ। ସାମିଲ ହେବେ ୧୦ ହଜାରରୁ ଅଧିକ ଚାଷୀ।       ଭୁବନେଶ୍ୱର: ନର୍ସିଂ ଅଧିକାରୀଙ୍କୁ ମିଳିବ ପଦୋନ୍ନତି।       ଭୁବନେଶ୍ୱର: ଟ୍ରାଫିକ ଯନ୍ତ୍ରଣାରେ ରାଜଧାନୀବାସୀ , ପୁଲିସ୍ ଜଳକା;ଜନତା ହିନସ୍ଥା।       ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ:NTA       ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ଇନ୍ଭେଷ୍ଟିଗେଟିଂ କିଟ୍।       ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଅଭାବନୀୟ ଘଟଣା:ପ୍ରେମରେ ଠକିଲା ପରେ ଥାନା ଆଗରେ ଫିନାଇଲ୍‌ ପିଇଦେଲେ ମହିଳା।       ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ।       ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ।       ଭୁବନେଶ୍ୱର:ରାଜଭବନ ଛକରେ ସିରଜି ଦୁର୍ଘଟଣା, ୨ଜଣ ଗୁରୁତର।       ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଆସନ୍ତୁ – ରାଜ୍ୟପାଳ।       ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯାଇପାରେ ରାସନ୍ କାର୍ଡ।       ୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆରମ୍ଭ ହେବ ଆବେଦନ।       ଏଣିକି ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ।       ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬%,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ       ଭୁବନେଶ୍ୱର:ବ୍ୟାପୁଛି ଥଣ୍ଡା,କାଶ ଓ ଜ୍ବର, ସତର୍କତା ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞ।      


ଡିଜିଟାଲ୍‌ ହେଲା ବିଧାନସଭା: ଆଜି ରାଜ୍ୟପାଳଙ୍କ ଅଭିଭାଷଣ, ୧୭ରେ ବଜେଟ୍



ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢ଼ୀଙ୍କ ଉପସ୍ଥିତିରେ ଡିଜିଟାଲ୍ ହାଉସ୍ର ଶୁଭାରମ୍ଭ କରିଛନ୍ତି। ଇ-ବିଧାନସଭା ଆପ୍ଲିକେସନ୍ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଧାନସଭା ଏକ ଡିଜିଟାଲ୍ ଯୁଗକୁ ଆଉ ଏକ ପାଦ ଆଗେଇଛି। ଆଜିଠାରୁ ବିଧାନସଭା ନେଭା ଡିଜିଟାଲ୍ ହାଉସ୍ ଭାବେ ପରିଗଣିତ ହେବ।ଏଣିକି ବିଧାନସଭାରେ ଗୃହର ସବୁ କାର୍ଯ୍ୟକ୍ରମ ଡିଜିଟାଲ୍ ମାଧ୍ୟମରେ କରାଯିବ। ଏହାଦ୍ବାରା ବିଧାନସଭାର ସମସ୍ତ ସଦସ୍ୟ ସେମାନଙ୍କ ମୋବାଇଲ କିମ୍ବା ଅନ୍ୟ କୌଣସି ଡିଭାଇସରେ ରିଅଲ ଟାଇମ୍ ତଥ୍ୟ ପାଇପାରିବେ। ଗୃହର କାର୍ଯ୍ୟକ୍ରମର ଯେକୌଣସି ସମୟର ତଥ୍ୟ ସେହି ସମୟରେ ମିଳିପାରିବ। ଏକ ପେପରଲେସ୍ ହାଉସ ଭାବେ ଗୃହର ଗୌରବ ବୃଦ୍ଧି ହେବ। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ, ଓଡ଼ିଶା ବିଧାନସଭା ପାଇଁ ଆଜି ଏକ ସ୍ମରଣୀୟ ଦିନ। ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ର ଶୁଭାରମ୍ଭ ହୋଇଛି। ସମସ୍ତ କାଗଜପତ୍ରର ଇ-ଲେୟିଙ୍ଗ, ଇଲେକଟ୍ରୋନିକ୍ ପ୍ୟାଡ୍ ବ୍ୟବହାର ଜରିଆରେ ବାଚସ୍ପତି ଓ ସଚିବଙ୍କ ମଧ୍ୟମରେ ଯୋଗାଯୋଗ ରକ୍ଷା, ଗୃହକାର୍ଯ୍ୟ ସମୟରେ ନୋଟ୍ ବିନିମୟ ପାଇଁ ମନ୍ତ୍ରୀ ଓ ସଚିବଙ୍କ ଭିତରେ ଯୋଗାଯୋଗ ହୋଇପାରିବ। ବକ୍ତା ଓ ସଦସ୍ୟଙ୍କ ଆଲୋଚନା ସମୟ ପରିଚାଳନା ଆଦି ଅନେକ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।ଉଲ୍ଲେଖଯୋଗ୍ୟଯେ ଇ-ବିଧାନସଭା ଆପ୍ଲିକେସନ୍ ବା ‘ନେଭା’ ହେଉଛି କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ୪୪ଟି ମିସନ୍ ମୋଡ୍ ପ୍ରକଳ୍ପ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଦେଶରେ ଲୋକସଭା ଓ ରାଜ୍ୟସଭା ବ୍ୟତୀତ, ଓଡ଼ିଶା, ଗୁଜୁରାଟ, ଆସାମ, ହିମାଚଳପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ବିହାର କାଉନସିଲ, ନାଗାଲାଣ୍ଡ, ଉତ୍ତରପ୍ରଦେଶ (ଉଭୟ ଗୃହ), ହରିୟାଣା, ମିଜୋରାମ, ମଣିପୁର, ମେଘାଳୟ, ତାମିଲନାଡ଼ୁ, ତ୍ରିପୁରା ଓ ସିକିମ୍ ଭଳି ୧୬ଟି ବିଧାନସଭା ଗୃହରେ ‘ନେଭା’ କାର୍ଯ୍ୟକାରୀ ହୋଇସାରିଛି। ‘ନେଭା’ ସଫ୍ଟୱେୟାର ଆପ୍ଲିକେସନ୍ କାର୍ଯ୍ୟକାରୀ ହେବା ସହ ଓଡ଼ିଶା ବିଧାନସଭା କାଗଜପତ୍ର ବ୍ୟବହାରରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଫଳରେ ଓଡ଼ିଶା ବିଧାନସଭାକୁ ସମ୍ମାନଜନକ ସିଏସ୍ଆଇ, ଇ-ଗଭର୍ଣ୍ଣାସ୍ ଆୱାର୍ଡ ଅଫ୍ ଏକ୍ସେଲେନ୍ସ (ସୁନା) ପୁରସ୍କାର ମଧ୍ୟ ମିଳିଛି। ୨୦୨୧ ବିଧାନସଭାରେ ‘ନେଭା’ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନ ଥିଲା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକବୃନ୍ଦ, କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବ ଉମଙ୍ଗ ନରୁଲା, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ନୂଆଦିଲ୍ଲୀସ୍ଥିତ ‘ନେଭା’ର ମୁଖ୍ୟ ସଞ୍ଜୀବ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଭୁବନେଶ୍ବର: ଗୁରୁବାରଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଏଥିରେ ମୋଟ୍ ୨୮ଟି କାର୍ଯ୍ୟଦିବସ ରହିଛି। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।
ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍ ଫିତର ପଡ଼ୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ବିଧାନସଭା ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହକୁ ସୁରୁଖୁରୁରେ ପରିଚାଳିତ କରିବା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସେହିପରି ବିଧାନସଭା ଅଧିବେଶନ ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଡିଜିପି ବିଧାନସଭା ପରିସରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରିଥିଲେ।

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି