ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ରାଜ୍ୟସ୍ତରୀୟ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ସହ ଯୋଗଦେଲି lଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରବର୍ଗଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଆରମ୍ଭ କରାଯାଇଛି l ଏହି ଯୋଜନା ଅଧୀନରେ ଆସନ୍ତା ୩ ବର୍ଷ ମଧ୍ୟରେ ଅତି କମରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କାଘର ମଞ୍ଜୁର କରାଯିବ ଏବଂ ଏଥିପାଇଁ ମୋଟ ୭୫୫୦ କୋଟି ଟଙ୍କାର ବ୍ୟୟ ଅନୁମୋଦନ କରାଯାଇଛି l ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଆମ ସରକାର ରାଜ୍ୟର ଗରିବ ଭାଇ ଓ ଭଉଣୀ ମାନଙ୍କୁ ୭୫ ହଜାର ଗୃହ ଯୋଗାଇ ଦେବା ପାଇଁ ୨୬୦୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି l ଏହାଦ୍ୱାରା ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କର ଜୀବନଧାରଣର ମାନରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ l ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ପରିବାର, ମୁଖ୍ୟ ଉପାର୍ଜନକାରୀ ବ୍ୟକ୍ତି ଭିନ୍ନକ୍ଷମ ହୋଇଥିଲେ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଓ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇନଥିବା ଯୋଗ୍ୟ ପରିବାର ଗୁଡ଼ିକୁ ଏହି ଅନ୍ତୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ l ଗୁରୁତର ରୋଗରେ ପୀଡିତ ବ୍ୟକ୍ତି ସହ ବିଧବା ମହିଳା, ଶହୀଦଙ୍କ ପରିବାର ଏବଂ ପଦ୍ମ ପୁରସ୍କାରପ୍ରାପ୍ତଙ୍କ ପରିବାର ମଧ୍ୟ ଏହି ଯୋଜନାରେ ଲାଭାନ୍ଵିତ ହୋଇପାରିବେ l ଅନ୍ତ୍ୟୋଦୟ ଗୃହ ଯୋଜନା’ର ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି l
ମତାମତ:
Biswanath Sahu
2021-06-02
Really he is a kind, honesty and help nature person.