ତାଜା ଖବର »
ରୁଷ-ୟୁକ୍ରେନ ଯୁଦ୍ଧରେ ନିଆଁ ଲଗାଉଛନ୍ତି ବାଇଡେନ, ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍‌ସ୍କିଙ୍କୁ ଦେଲେ ଅନୁମତି।       ପ୍ରଦୂଷଣ ଯୋଗୁଁ ପାକିସ୍ତାନରେ ଲକଡାଉନ୍‌, ୩ ପ୍ରମୁଖ ସହରରେ AQI ସ୍ଥିତି ସଂଗୀନ।       ଜି-୨୦ ଶିଖର ସମ୍ମିଳନୀରେ ପିଏମ୍ ମୋଦୀଙ୍କ ସମ୍ୱୋଧନ, କହିଲେ-ନୂଆଦିଲ୍ଲୀର ଜନହିତକର ନିଷ୍ପତ୍ତିକୁ ଆଗକୁ ବଢାଇଛି ବ୍ରାଜିଲ।       ଚେନ୍ନଇ: ତାମିଲନାଡୁରେ ବାସ କରୁଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କ ବି​ରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ।       ନୂଆ ଦିଲ୍ଲୀ:ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ।       ଆମ୍ବ ଟାକୁଆ ଟ୍ରାଜେଡି: ଏସ୍‌ସିବିରେ ଆଖି ବୁଜିଲେ ଆଉ ଜଣେ।ମୃତକ ହେଉଛନ୍ତି ଜିତା ମାଝୀ       ଭବାନୀପାଟଣା:ଧରାପଡ଼ିଲେ ଲାଞ୍ଚୁଆ ଡାକ୍ତର ଅଶୋକ ଦାସ , ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର।       ଜାନୁଆରୀ ଶେଷସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।       ବାଙ୍ଗିରିପୋଷି : ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ , ଅନ୍ୟ ଜଣେ ଫେରାର।       ସମ୍ବଲପୁର ସଦର ପୋଲିସକୁ ପୁଣି ମିଳିଛି ବଡ ସଫଳତା।କଫ ସିରଫ ଜବତ,୨୦ ଅଭିଯୁକ୍ତ ଗିରଫ।       ଏମ୍ସ ଭୁବନେଶ୍ଵରରେ ଆଶ୍ଚର୍ଯ୍ୟଜନକ ସଫଳତା, ମୃତ ବ୍ୟକ୍ତିଙ୍କୁ ଜୀବିତ କଲା ଏମ୍ସ ଭୁବନେଶ୍ୱର।୧୨୦ ମିନିଟ ଅର୍ଥାତ୍ ଦୁଇ ଘଣ୍ଟା ଧରି ହୃଦସ୍ପନ୍ଦନ ବନ୍ଦ ହେବାପରେ ବ୍ୟକ୍ତି ହେଲା ପୁନଃ ଜୀବିତ।       ବାଲିଯାତ୍ରା ଅଘଟଣ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ।       ସମୀର ଦେ’ଙ୍କ ଦେହାନ୍ତରେ ଗତ କାଲି ଦିନକ ପାଇଁ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା।       ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ, ୬୭ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ସୂଚନା।       ରାଜଧାନୀରେ ଟ୍ରାଫିକ ଯନ୍ତ୍ରଣା,ଘରୁ ବାହାରକୁ ଯିବାକୁ ଲାଗୁଛି ଡ଼ର।       ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।       ଭୁବନେଶ୍ୱର:୪ ଦିନ ଯାଏଁ ଖସିବନି ଶୀତ ପ୍ରକୋପ,ଜି ଉଦୟଗିରିରେ ରାତି ତାପମାତ୍ରା ୭.୨ ଡିଗ୍ରୀ।       ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ।       ନାକଟିଦେଉଳରେ ଅଭାବନୀୟ ଘଟଣା, ବିଦ୍ୟୁତ୍ ଫାସରେ ୩ ହାତୀ ମୃତ।       ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ମୂଲ୍ୟ ପ୍ରତି ବିଦ୍ୟାର୍ଥୀ ପିଛା ୧ ଟଙ୍କା ବଢ଼ିଲା।       ବାରିପଦା: ଡ଼ିସେମ୍ବର ୩ରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ।      


ଆଇପିଏଲରୁ ବାଂଲାଦେଶ ବିଦା, ଜଣେ ବି ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍‌



ଆଇପିଏଲ ୨-୨୫ ସିଜନର ମେଗା ନିଲାମୀ ସାଉଦି ଆରବରେ ଗତ ସୋମବାର ଶେଷ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ନିଲାମ କାର୍ଯ୍ୟକ୍ରମରେ ୧୦ଟି ଟିମ ୧୮୨ ଖେଳାଳିଙ୍କୁ ୬୩୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ କିଣିଛନ୍ତି। ହେଲେ କୌଣସି ଟିମ ବାଂଲାଦେଶର କୌଣସି ଖେଳାଳିଙ୍କୁ କିଣି ନାହାନ୍ତି। ଯାହାଫଳରେ ଚଳିତ ଆଇପିଏଲରୁ ବାଂଲାଦେଶ ବିଦା ହୋଇଥିବା କୁହାଯାଉଛି। ଚଳିତବର୍ଷ ବାଂଲାଦେଶରେ ସରକାର ପଲଟିବା ପରଠାରୁ ହିନ୍ଦୁମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଛି। ଏପରି କି ହିନ୍ଦୁମାନଙ୍କୁ ବାଂଲାଦେଶ​‌ରେ ହତ୍ୟା କରାଯିବା ସହିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି। ଯାହାର ପ୍ରଭାବ ଆଇପିଏଲ ନିଲାମୀରେ ବି ଦେଖିବାକୁ ମିଳିଛି।ଚଳିତ ନିଲାମୀରେ ୧୨ ଜଣ ବାଂଲାଦେଶୀ କ୍ରିକେଟରଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୁସ୍ତାଫିଜୁର ରହମନ ଏବଂ ରିଶାଦ ହୁସେନଙ୍କ ନାମ ନିଲାମ ପାଇଁ ଡକାଯାଇଥିଲା। କିନ୍ତୁ କୌଣସି ଟିମ୍ ସେମାନଙ୍କୁ କିଣି ନ ଥିଲେ। ଏହାବ୍ୟତୀତ ଲିଟନ ଦାସ, ତସ୍କିନ ଅହମ୍ମଦ, ଶାକିବ ଅଲ ହସନ, ମେହଦୀ ହସନ ସିରାଜ, ଶେରିଫୁଲ ଇସଲମା ଏବଂ ତଞ୍ଜିମ ହସନ ସାକିବଙ୍କ ଭଳି ଅନ୍ୟ ୧୦ ଷ୍ଟାର ଖେଳାଳି ମଧ୍ୟ ରହିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାରେ ଡକାଯାଇ ନ ଥିଲା।ପାକିସ୍ତାନ ପରେ ଏବେ ବାଂଲାଦେଶ ବି ଆଇପିଏଲରୁ ବାହାର ହୋଇଯାଇଛି। ଏଭଳି ଜାରି ରହିଲେ ଆଗାମୀ ଦିନରେ ବି ବାଂଲାଦେଶୀ କ୍ରିକେଟରମାନଙ୍କ ଉପରେ ଆଇପିଏଲରୁ ବାହାରେ ରହିବାର ବିପଦ ଅଧିକ ଘନେଇବାରେ ଲାଗିବ।

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି