ତାଜା ଖବର »
ରୁଷ-ୟୁକ୍ରେନ ଯୁଦ୍ଧରେ ନିଆଁ ଲଗାଉଛନ୍ତି ବାଇଡେନ, ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍‌ସ୍କିଙ୍କୁ ଦେଲେ ଅନୁମତି।       ପ୍ରଦୂଷଣ ଯୋଗୁଁ ପାକିସ୍ତାନରେ ଲକଡାଉନ୍‌, ୩ ପ୍ରମୁଖ ସହରରେ AQI ସ୍ଥିତି ସଂଗୀନ।       ଜି-୨୦ ଶିଖର ସମ୍ମିଳନୀରେ ପିଏମ୍ ମୋଦୀଙ୍କ ସମ୍ୱୋଧନ, କହିଲେ-ନୂଆଦିଲ୍ଲୀର ଜନହିତକର ନିଷ୍ପତ୍ତିକୁ ଆଗକୁ ବଢାଇଛି ବ୍ରାଜିଲ।       ଚେନ୍ନଇ: ତାମିଲନାଡୁରେ ବାସ କରୁଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କ ବି​ରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ।       ନୂଆ ଦିଲ୍ଲୀ:ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ।       ଆମ୍ବ ଟାକୁଆ ଟ୍ରାଜେଡି: ଏସ୍‌ସିବିରେ ଆଖି ବୁଜିଲେ ଆଉ ଜଣେ।ମୃତକ ହେଉଛନ୍ତି ଜିତା ମାଝୀ       ଭବାନୀପାଟଣା:ଧରାପଡ଼ିଲେ ଲାଞ୍ଚୁଆ ଡାକ୍ତର ଅଶୋକ ଦାସ , ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର।       ଜାନୁଆରୀ ଶେଷସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।       ବାଙ୍ଗିରିପୋଷି : ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ , ଅନ୍ୟ ଜଣେ ଫେରାର।       ସମ୍ବଲପୁର ସଦର ପୋଲିସକୁ ପୁଣି ମିଳିଛି ବଡ ସଫଳତା।କଫ ସିରଫ ଜବତ,୨୦ ଅଭିଯୁକ୍ତ ଗିରଫ।       ଏମ୍ସ ଭୁବନେଶ୍ଵରରେ ଆଶ୍ଚର୍ଯ୍ୟଜନକ ସଫଳତା, ମୃତ ବ୍ୟକ୍ତିଙ୍କୁ ଜୀବିତ କଲା ଏମ୍ସ ଭୁବନେଶ୍ୱର।୧୨୦ ମିନିଟ ଅର୍ଥାତ୍ ଦୁଇ ଘଣ୍ଟା ଧରି ହୃଦସ୍ପନ୍ଦନ ବନ୍ଦ ହେବାପରେ ବ୍ୟକ୍ତି ହେଲା ପୁନଃ ଜୀବିତ।       ବାଲିଯାତ୍ରା ଅଘଟଣ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ।       ସମୀର ଦେ’ଙ୍କ ଦେହାନ୍ତରେ ଗତ କାଲି ଦିନକ ପାଇଁ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା।       ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ, ୬୭ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ସୂଚନା।       ରାଜଧାନୀରେ ଟ୍ରାଫିକ ଯନ୍ତ୍ରଣା,ଘରୁ ବାହାରକୁ ଯିବାକୁ ଲାଗୁଛି ଡ଼ର।       ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।       ଭୁବନେଶ୍ୱର:୪ ଦିନ ଯାଏଁ ଖସିବନି ଶୀତ ପ୍ରକୋପ,ଜି ଉଦୟଗିରିରେ ରାତି ତାପମାତ୍ରା ୭.୨ ଡିଗ୍ରୀ।       ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ।       ନାକଟିଦେଉଳରେ ଅଭାବନୀୟ ଘଟଣା, ବିଦ୍ୟୁତ୍ ଫାସରେ ୩ ହାତୀ ମୃତ।       ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ମୂଲ୍ୟ ପ୍ରତି ବିଦ୍ୟାର୍ଥୀ ପିଛା ୧ ଟଙ୍କା ବଢ଼ିଲା।       ବାରିପଦା: ଡ଼ିସେମ୍ବର ୩ରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ।      


କାର୍ଯ୍ୟରେ ଯୋଗ ଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା



ଶେଷରେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତ । ୬ ମାସରୁ ଛୁଟିରେ ଫେରିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତକାଲି ସୁଜାତାଙ୍କ ସାନି ଛୁଟି ଖାରଜ ହେବା ପରେ ଆଜି କାର୍ଯ୍ୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।ତେବେ ବିଜେଡିର ନିର୍ବାଚନୀ ପରାଜୟ ପରେ ବିଜେଡିର ନମ୍ବର ୧ ନେତା କୁହାଯାଉଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତ ଗତ ମେ' ମାସ ୩୧ରୁ ଝିଅର ଦଶମ ପରୀକ୍ଷା କାରଣ ଦର୍ଶାଇ ୬ ମାସ ଛୁଟି ନେଇଥିଲେ ।ଯାହା ଗତକାଲି ଶେଷ ହୋଇଥିବା ବେଳେ ପୁଣି ନଭେମ୍ବର ୨୭ରୁ ଅର୍ଥାତ୍ ଆଜି ତାଙ୍କୁ କାର୍ଯ୍ୟରେ ଯୋଗ ଦେବାର ଥିଲା । ହେଲେ ଗତ ୪ ତାରିଖରେ ପୁନଃ ୬ମାସ ଛୁଟି ପାଇଁ ଆବେଦନ କରିଥିଲେ । ହେଲେ ସୁଜାତାଙ୍କ ଏହି ଆବେଦନ ଖାରଜ ହେବା ପରେ, ନିର୍ଦ୍ଦେଶ ଅନୁଯାୟୀ ଆଜି ପୁଣି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା ।ତେବେ କହିରଖୁଛୁ, ବିଜେଡି ସରକାରରେ ମିଶନ ଶକ୍ତିର ସଚିବ ଥିଲେ ସୁଜାତା । ହେଲେ ସଚିବ ପଦରେ ଥାଇ ମଧ୍ୟ ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ କାଳେ ମହିଳାମାନଙ୍କୁ ଧମାକାଉଥିବା ଅଭିଯୋଗରେ ବିବାଦକୁ ଆସିଥିଲେ ସୁଜାତା । ଏହାପରେ ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନୂଆ ସରକାରଙ୍କ ଦ୍ବାରା ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା ।ହେଲେ ନୂଆ ସରକାର ଆସିବା ଏବଂ ବଦଳି ପରେ ମେ' ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୧୮୦ ଦିନର ଛୁଟି ନେଇଯାଇଥିଲେ ସୁଜାତା । ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା । ସର୍ବଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ । ଯାହାକୁ ତତ୍କାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ ।

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି